ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ପ୍ରଥମ ଏବଂ ଏକମାତ୍ର ୱେବ୍ ରେଡିଓ

Home Category राष्ट्रीय ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ପ୍ରଥମ ଏବଂ ଏକମାତ୍ର ୱେବ୍ ରେଡିଓ

ନୂଆଦିଲ୍ଲୀ : ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ପ୍ରଥମ ଏବଂ ଏକମାତ୍ର ୱେବ୍ ରେଡିଓ ‘ରେଡିଓ ଶ୍ରୀକ୍ଷେତ୍ର’ର ଲୋଗୋ ନୂଆଦିଲ୍ଲୀସ୍ଥିତ ହାଉଜ୍‌ଖାସ୍ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମାରେ ଉନ୍ମୋଚିତ ହୋଇଯାଇଛି। ସ୍ନାନ ମଣ୍ଡପରେ ଏହି ଲୋଗୋକୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥିଲା। ଆସନ୍ତା ଜୁଲାଇ ୧୦ ତାରିଖରେ ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ ଦିନ ଏହି ରେଡିଓର ଶୁଭାରମ୍ଭ ହେବା ବିଷୟ ଏହାର ପରିଚାଳକ ତଥା ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଗଣମାଧ୍ୟମକୁ ଜଣାଇଛନ୍ତି।

ଲୋଗୋ ଉନ୍ମୋଚନ ଉତ୍ସବରେ ଶ୍ରଦ୍ଧାସୁମନ କ୍ରିଏଟିଭ୍ ଆର୍ଟସର ଅଧ୍ୟକ୍ଷ ବିଜୟକେତନ ବାରିକ, ନୀଳାଚଳ ସେବା ସଂଘର ସଂପାଦକ ରବୀନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପଙ୍କଜ ମହାନ୍ତି, ଦିଲ୍ଲୀ ସାରସ୍ବତ ସଂଘର ସଂପାଦକ ସଂଗ୍ରାମ ଧର, ବିଘ୍ନହର୍ତ୍ତା ଫିଲ୍ମସର ନିର୍ଦ୍ଦେଶକ ଭାନୁ ଅଗ୍ନିହୋତ୍ରୀ, ଷ୍ଟାର ଆଡ୍‌ଭାର୍ଟାଇଜିଂର ଅନିଲ ରସ୍ତୋଗୀ ଏବଂ ଦୁଷ୍ମନ୍ତ ମଲ୍ଲିକ ଉପସ୍ଥିତ ଥିଲେ। ଏହି ୱେବ୍ ରେଡିଓରେ କେବଳ ଜଗନ୍ନାଥଙ୍କ କଥା, ଗାଥା ଏବଂ ଶ୍ରୀମନ୍ଦିର ସହିତ ବିଶ୍ବରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯିବ ବୋଲି ଏହାର ପରିଚାଳକ କହିଛନ୍ତି।

[Social Media Share Text/Image]