ତିନି ରଥର ଚକଡେରା ଶେଷ ହୋଇଛି, ଚାଲିଛି ଗରଗରା, ଯୋଖା, ସିଂହାସନ କାମ

Home Category आध्यात्म ତିନି ରଥର ଚକଡେରା ଶେଷ ହୋଇଛି, ଚାଲିଛି ଗରଗରା, ଯୋଖା, ସିଂହାସନ କାମ

ପୁରୀ : ତିନିରଥର ୪୨ ଚକ ଓ ୨୧ ଅଖ କାମ‌ ଶେଷ ପରେ ଶନିବାର ସମସ୍ତ ଚକ-ଅଖ ସଂଯୋଗ ସହ ଚକଡେରା କାମ ‌ଶେଷ ହୋଇଛି। ଏଥିସହ ‌ନେତ୍ରୋତ୍ସବ ଦିନ ତିନି ରଥ ବିନା ବାଧାରେ ସିଂହଦ୍ବାରଠାରେ ନିଜ ନିଜ ସ୍ଥାନରେ ପହଞ୍ଚିବା ପାଇଁ ଦିଗ ନିର୍ଣ୍ଣୟ କରାଯାଇ ଚକ-ଅଖଗୁଡ଼ିକ ସେଟିଂ କରାଯାଇଛି। ତିନି ରଥର ଦଣ୍ଡା ଫ୍ରେମଗୁଡ଼ିକରେ ପରୀକ୍ଷାମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯ‌ୋଗ କରାଯାଇଥିଲା। ଏହି ଦଣ୍ଡା ଫ୍ରେମ ପୁନଃ ସେଟିଂ ପାଇଁ ନମ୍ବରି କାମ ଶେଷ ହୋଇଛି।

ଅନ୍ୟପଟେ ତିନି ରଥର ଦୁଇଟି ଲେଖାଏଁ ଗରଗରାରେ ବିନ୍ଧ ଖୋଦେଇ ଶେଷ ହୋଇଛି। ତାଳଧ୍ବଜ ରଥର ୧୬ଟି, ଦେବଦଳନ ରଥର ୧୨ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖା ଲାଗିଥାଏ। ଆଜି ତିନି ରଥର ୭ଟି ଲେଖାଏଁ ଯୋଖା ନିର୍ମାଣ ଶେଷ ହୋଇଛି। ଏହି ଯୋଖା ରଥର ପ୍ରତ୍ୟେ କୋଣମାନଙ୍କରେ ଦଣ୍ଡାଠାରୁ ଗୟଳ ପର୍ଯ୍ୟନ୍ତ ଯାଇଥାଏ। ଏହା ଗୟଳକୁ ବାନ୍ଧି ରଖିବା ସହ ରଥ ଉପର ଚାରିପାର୍ଶ୍ବ ବାଡ଼(ଠେକେରା ବାଡ଼)କୁ ବି ବାନ୍ଧି ରଖିଥାଏ।

[Social Media Share Text/Image]