ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା!

Home Category राष्ट्रीय ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା!

ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କରୋନା ମହାମାରୀ ବେଳେ ଅତ୍ୟାବାଶକୀୟ ସାମଗ୍ରୀ ଉପରେ ଜିଏସଟି ଦର କମାଇବାକୁ ନେଇ ନିଷ୍ପତ୍ତି ହୋଇପାରେ ।ମେ ୨୮ ତାରିଖରେ ଜିଏସଟି କାଉନସିଲର ବୈଠକରେ ପିପିଇ କିଟ୍, ମାସ୍କ, ଟିକା ସହିତ କୋଭିଡ ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ସୁବିଧା ଦେବାକୁ ଏକ ଗ୍ରୁପ ଅଫ୍ ମିନିଷ୍ଟର୍ସ ଗଠନ କରାଯାଇଥିଲା ।

ସେମାନେ ଏହା ଉପରେ ଅନୁଧ୍ୟାନ କରି ଜୁନ ୭ ତାରିଖରେ ରିପୋର୍ଟ ପ୍ରଦାନ କରିଛନ୍ତି ।ଏହାକୁ ନଜରରେ ରଖି ଆଶା କରାଯାଉଛି କି ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗ୍ରୁପ ଅଫ୍ ମିନିଷ୍ଟର୍ସ ରିପୋର୍ଟ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଅନୁଧ୍ୟାନ କରି କୋଭିଡ୍ ସମ୍ବନ୍ଧୀୟ ସାମଗ୍ରୀ ଉପରେ ଅର୍ଥମନ୍ତ୍ରୀ ଜିଏସଟି ଦର କମ କରିପାରନ୍ତି ।

[Social Media Share Text/Image]