ଶ୍ରୀ ମନ୍ଦିର ପାଇଁ ନିଧି ସମର୍ପଣ ଅଭିଯାନ

Home Category ओडिशा न्यूज़ ଶ୍ରୀ ମନ୍ଦିର ପାଇଁ ନିଧି ସମର୍ପଣ ଅଭିଯାନ

ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନନଙ୍କ ଉପସ୍ଥିତି ରେ ଅନ୍ତର୍ଦେଶୀୟ ଓଡ଼ିଆ ସମାଜକୁ ଏକ webinar ଦ୍ୱାରା ସମ୍ବୋଧିତ କରିଥିଲେ | ଏଥିରେ ୩୫ଟି  ଦେଶରେ ଥିବା ଓଡ଼ିଆ ମାନେ ଯୋଗ ଦେଇଥିଲେ | ଜଗନ୍ନାଥ ପରମ୍ପରା ର ବିଶେଷ ପ୍ରଚାର ପ୍ରସାର ଏବଂ ଶ୍ରୀ ମନ୍ଦିର, ଶ୍ରୀ ଧାମ ପୁରୀ ର ଉନ୍ନତି କିପରି ସମ୍ଭବ ହେଇପାରିବ, ଏହା ବିଷୟରେ ଆଲୋଚନା କରାଯାଇଥିଲା | ଶ୍ରୀ ଜଗନ୍ନାଥ ଯିଏ ପରଂବ୍ରହ୍ମ, ଅଦ୍ଵିତୀୟ ୪.୫ କୋରଡ଼ ଓଡ଼ିଆଙ୍କ ଏବଂ ହିନ୍ଦୁ ଧର୍ମର ବିଶ୍ୱାସ ଓ ଆସ୍ଥାର କେନ୍ଦ୍ର ବିନ୍ଦୁ | ବିଭିନ୍ନ ଜାଗର ବିଭିନ୍ନ ଲୋକଙ୍କୁ ଏକ ସୂତ୍ର ରେ ବାନ୍ଧି ରଖିଛନ୍ତି ମହାପ୍ରଭୁ ଜଗନ୍ନାଥ |

ଆମେମାନେ ହର୍ଷିତ ଏବଂ ଉଲ୍ଲସିତ ହେବା ଉଚିତ ଯେ ମହାପ୍ରଭୁଙ୍କ ସେବା କରିବା ସୁଯୋଗ ଆମମାନଙ୍କୁ ମିଳିଛି | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ "ନିଧି ସମର୍ପଣ ଅଭିଯାନ " ର ନିର୍ମାଣ କରାଯାଉ ଯାହା ପୂଜ୍ୟ ଗଜପତି ମହାରାଜାଙ୍କ  ମାର୍ଗଦର୍ଶନ ରେ, ଯାହା ସମଗ୍ର ବିଶ୍ୱର ଏକାଗ୍ରତା, ଅତ୍ମୀୟତା ଓ ଭାବନା କୁ ତ୍ୱରାନ୍ୱିତ କରାଇ ସବୁ ହିନ୍ଦୁଙ୍କୁ ଏଥିରେ ଯୋଗଦାନ କରେଇବ |

ଜଗନ୍ନାଥ ଶ୍ରୀ ମନ୍ଦିର ଯାହା ୧୦୦୦ ବର୍ଷ ପୂର୍ବେ ଜାଗାସଧାରଣଙ୍କ ସହଯୋଗ ରେ ବନିଥିଲା | ବର୍ତମାନ ତାହାର ସୌଧର୍ଯ୍ୟକରଣ ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ଵିତୀୟ ସୋପାନ ରେ ରହିବ | ଆଜି ସମଗ୍ର ବିଶ୍ୱର ଓଡ଼ିଆ ସମାଜ ଏବଂ ଜଗନ୍ନାଥଙ୍କ ଭକ୍ତ ଏକାଠି ହୋଇ କାନ୍ଧରେ କାନ୍ଧ ମିଶାଇ ପୂଜ୍ୟ ଗଜପତି ମହାରାଜଙ୍କ ତତ୍ୱାବଧାନରେ ଏହି ପ୍ରାଚୀନ ଜଗନ୍ନାଥ ପରମ୍ପରା ଓ ଜଗନ୍ନାଥ ମନ୍ଦିର ର ପ୍ରଚାର ପ୍ରସାର ରେ ନିଜକୁ ନିୟୋଜିତ କରିବା ଶ୍ରେଷ୍ଠ ହେବ |

[Social Media Share Text/Image]