ଝଲସିବ ବଡ଼ ଦେଉଳର ୭ଟି ଦ୍ୱାର ରୂପାରେ

Home Category ओडिशा न्यूज़ ଝଲସିବ ବଡ଼ ଦେଉଳର ୭ଟି ଦ୍ୱାର ରୂପାରେ

ଶ୍ରୀମନ୍ଦିରର ସାତଟି ଦ୍ୱାର ରୂପାରେ ଝଲସିବ।  ମନ୍ଦିରର ସିଂହଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ। ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ। ଏହି ସବୁ ଦ୍ୱାର ବର୍ମାରୁ ଆସି ପିଆଶାଳ‌ କାଠରେ ତିଆରି କରାଯିବ ବୋଲି କୁହାଯାଉଥିବା ବେଳେ କବାଟ ଉପରେ ରୂପାର ଚାଦର ଆଚ୍ଛାଦିତ କରାଯିବ। ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍‌ କରିବେ। ଶ୍ରୀମନ୍ଦିରର ଏହି ସବୁ ଦ୍ୱାରରେ ପ୍ରାୟ ୧ କ୍ୱିଂଟାଲରୁ ଅଧିକ ରୂପା ଲାଗିବ। ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି। 

 ତେବେ ଏହାର  ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଦ୍ୱାରର କାମ କରାଯିବ । ଯଥା, ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି । ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।

[Social Media Share Text/Image]