ଅଷ୍ଟଚଣ୍ଡୀଙ୍କ ହେବ ଷୋଳ ପୂଜା କରୋନା କଟକଣାରେ, ଚଳିତ ବର୍ଷ ୪୩ଦିନ ପୀଠ ପୂଜା

Home Category आध्यात्म ଅଷ୍ଟଚଣ୍ଡୀଙ୍କ ହେବ ଷୋଳ ପୂଜା କରୋନା କଟକଣାରେ, ଚଳିତ ବର୍ଷ ୪୩ଦିନ ପୀଠ ପୂଜା

ଏହି ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କ ପୂଜା ପୁରୀର ରାଜଗୁରୁଙ୍କ ଦ୍ବାରା କରାଯିବାର ବିଧି ରହି ଆସିଛି। ବିଏମ୍‌ ହାଇସ୍କୁଲ ଖେଳ ପଡ଼ିଆ ନିକଟରେ ମା’ ଦକ୍ଷିଣ ଚଣ୍ଡୀ, ବଡ଼ୁ ସାହିରେ ମା’ ମୋହିନୀ, ପୂଜାପଣ୍ଡା ସାହିରେ ମା’ ରାମାୟଣୀ, ବିନ୍ଦୁସାଗର ଉତ୍ତରେଶ୍ବରଘାଟ ନିକଟରେ ମା’ ଉତ୍ତରାୟଣୀ, କେଦାରଗୌରୀ ମନ୍ଦିର ପରିସରରେ ମା’ ଗୌରୀ, ତୀର୍ଥେଶ୍ବର ଗଳିରେ ମା’ ଅମ୍ବିକେ, ତଳବଜାରରେ ମା’ ବିନ୍ଧ୍ୟବାସିନୀ, ଶିଶୁପାଳଗଡ଼ରେ ମା’ ଗଡ଼ଚଣ୍ଡୀ, ବିନ୍ଦୁସାଗର ନିକଟ ମା’ ଦ୍ୱାରବାସିନୀ, ସାମନ୍ତରାପୁରରେ ମା’ ଭୁଆଶୁଣୀ, ଗ୍ୟାରେଜ୍‌ ଛକ ନିକଟ ମ‌ା’ ଦକ୍ଷିଣକାଳୀ ଦେବୀପୀଠରେ ସ୍ୱତନ୍ତ୍ର ପୂଜା କରାଯିବ। ପ୍ରତ୍ୟହ ସକାଳେ ବାଳଭୋଗରେ ଫଳ, ମୁଗ, ବୁଟ ଓ ଶୁଖୁଲା ଭୋଗ କରାଯାଉଥିବା ବେଳେ ଦ୍ବିପ୍ରହର ଧୂପରେ ଖେଚୁଡ଼ି, ଡାଲମା, ଖଟା, ଖିରି, ଦହି ପଖାଳ ଓ ମଣ୍ଡା ପିଠା ଭୋଗ ହୁଏ। ସନ୍ଧ୍ୟା ଧୂପରେ ଖେଚୁଡ଼ି, ଡାଲମା, ଖଟା, ଖିରି, ଦହି ପଖାଳ ଆଦି ଭୋଗ ଲାଗି କରାଯିବାର ବିଧି ରହିଛି।

[Social Media Share Text/Image]