ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୬,୫୨୮

Home Category ओडिशा न्यूज़ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୬,୫୨୮

ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୨୯୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ୪୭୯କୁ ବୃଦ୍ଧି ପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬,୫୨୮ ଥିବା ବେଳେ ଖୋର୍ଦ୍ଧାରେ ୧୨,୩୬୮, କଟକରେ ୫,୯୨୧, ଗଜପତିରେ ୨୬୫୪, ଯାଜପୁରରେ ୨୯୧୫, ବାଲେଶ୍ବରରେ ୨୯୪୮, ଜଗତସିଂହପୁର ଜିଲ୍ଲାରେ ୧୩୮୪, ପୁରୀରେ ୨୬୭୭, କେନ୍ଦ୍ରାପଡ଼ାରେ ୧୨୧୨, ଭଦ୍ରକ ଜିଲ୍ଲାରେ ୨୧୬୪, ସୁନ୍ଦରଗଡ଼ରେ ୩୮୮୯, ବଲାଙ୍ଗୀରରେ ୧୪୩୦, କନ୍ଧମାଳରେ ୧୮୭୦, ମୟୂରଭଞ୍ଜରେ ୨୨୭୭, କୋରାପୁଟରେ ୨୭୨୦, ନୟାଗଡ଼ରେ ୨୨୮୭, କେନ୍ଦୁଝରରେ ୧୪୯୧, ନୂଆପଡ଼ାରେ ୩୧୭, ଝାରସୁଗୁଡ଼ାରେ ୮୧୩, ଢେଙ୍କାନାଳରେ ୧୨୨୮, କଳାହାଣ୍ଡିରେ ୧୧୧୬, ବରଗଡ଼ ଜିଲ୍ଲାରେ ୧୩୬୨, ଅନୁଗୁଳରେ ୬୪୬, ମାଲକାନଗିରିରେ ୧୮୫୮, ସମ୍ବଲପୁରରେ ୨୧୦୮, ରାୟଗଡ଼ାରେ ୩୨୪୩, ବୌଦ୍ଧରେ ୫୨୮, ସୋନପୁର ଜିଲ୍ଲାରେ ୫୨୭, ଦେବଗଡ଼ ଜିଲ୍ଲାରେ ୧୫୩ ଓ ନବରଙ୍ଗପୁର ଜିଲ୍ଲାରେ ୮୨୭ରେ ପହଞ୍ଚିଛି।

[Social Media Share Text/Image]