ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ land କରିବ ଅମ୍ଫାନ୍

Home Category राष्ट्रीय ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ land କରିବ ଅମ୍ଫାନ୍

ରାତି ୮.୩୦ ପରେ ଲ୍ୟାଣ୍ଡଫଲ୍ କରିବ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ରାତି ୮.୩୦ରୁ ୧୦ଟା ମଧ୍ୟରେ  ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ  ମଧ୍ୟରେ ସୁନ୍ଦରବନ ନିକଟରେ  ଲ୍ୟାଣ୍ଡଫଲ କରିବ ଅମ୍ଫାନ୍। ଆଗାମୀ ଦୁଇ ଘଣ୍ଟା ଭିତରେ ପରାଦୀପ ଅତିକ୍ରମ କରିବ ବାତ୍ୟା । ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏହି ସୂଚନା ଦେଇଛି।  ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ବାଲେଶ୍ବର ଜିଲ୍ଲାର ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି । ବାତ୍ୟା ଅମ୍ଫାନଙ୍କୁ ନେଇ ତାଜା ସୂଚନା ଦେଇଛନ୍ତି ଏସଆରସି ।

[Social Media Share Text/Image]