ସୁରତ ଫେରନ୍ତା କରୋନା ଆକ୍ରାନ୍ତ ମହିଳା ଯାଆଁଳା ଶିଶୁ ଜନ୍ମ କଲେ

Home Category राष्ट्रीय ସୁରତ ଫେରନ୍ତା କରୋନା ଆକ୍ରାନ୍ତ ମହିଳା ଯାଆଁଳା ଶିଶୁ ଜନ୍ମ କଲେ

ବ୍ରହ୍ମପୁର: କରୋନା ପଜିଟିଭ୍‌ରେ ଆକ୍ରାନ୍ତ ଜନୈକା ପ୍ରସୂତି ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ଘଟିଛି। କିନ୍ତୁ ମା’ ଓ ଝିଅ ସୁସ୍ଥ ରହିଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ମହିଳା ଜଣକ ବୁଗୁଡ଼ା ଥାନା ଅଞ୍ଚଳର ବୋଲି ପ୍ରଫେସର ମିଶ୍ର କହିଛନ୍ତି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ସୁରତରେ ରହୁଥିଲେ। ଗତ କିଛିଦିନ ତଳେ ସେମାନେ ଘରକୁ ଫେରିଥିଲେ। ମହିଳା ଜଣକ ଗର୍ଭବତୀ ଥିଲେ। ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା।

ଗତ ୯ତାରିଖରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୦ତାରିଖରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ୧୧ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମହିଳାଙ୍କୁ ଶୀତଳାପଲ୍ଲୀ ସ୍ଥିତ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କୁ ପ୍ରସବ ବେଦନା ହୋଇଥିଲା। ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡାକ୍ତରଙ୍କୁ ସେଠାକୁ ପଠାଯାଇଥିଲା। ସେଠାରେ ପ୍ରସବ ପାଇଁ କୌଣସି ସୁବିଧା ନଥିବାରୁ ମହିଳା ଜଣଙ୍କୁ ପୁଣିଥରେ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କୁ କାଜୁଆଲ୍‌ଟି କୋଠାରେ ରଖାଯାଇଥିଲା।

[Social Media Share Text/Image]