ଲଘୁଚାପ ଆଜି ବାତ୍ୟା ରୂପ ନେଇପାରେ

Home Category राष्ट्रीय ଲଘୁଚାପ ଆଜି ବାତ୍ୟା ରୂପ ନେଇପାରେ

ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ଲଘୁଚାପଟି ଅବପାତ ରୂପ ନେଇଛି। ଏହା ଆଜି ବାତ୍ୟା ରୂପ ନେଇପାରେ। ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ନେଇ ସେ ସୂଚନା ଦେଇଛନ୍ତି। ଏବେ ଏହା ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଆଗାମୀ  ୧୭ ତାରିଖ ସଂଧ୍ୟାରେ ବାତ୍ୟାର ଗତି ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଛି। ଏହା ବେଙ୍ଗଲ ଉପକୂଳକୁ ଗତି କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି।ସମୁଦ୍ର ଭିତରେ ବାତ୍ୟା ଓଡିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତର ଓଡିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏଁ ବର୍ଷା ହେବ । ୨୦ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ । ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାକୁ ସତର୍କ କରାଯାଇଛି । କୋଭିଡ- କେୟାର ସେଣ୍ଟର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଏସଆରସି କହିଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର।

[Social Media Share Text/Image]