କେଉଁ ଭାଷା ବୁଝନ୍ତି ପ୍ରଭୁ ଜଗନ୍ନାଥ ? ଜାଣନ୍ତୁ କ’ଣ କହୁଛି ସ୍କନ୍ଦପୁରାଣ

Home Category अंतरराष्ट्रीय କେଉଁ ଭାଷା ବୁଝନ୍ତି ପ୍ରଭୁ ଜଗନ୍ନାଥ ? ଜାଣନ୍ତୁ କ’ଣ କହୁଛି ସ୍କନ୍ଦପୁରାଣ

ଶ୍ରୀଜଗନ୍ନାଥ ସମଗ୍ର ଜଗତର ନାଥ। ସେମାନଙ୍କର ଗୁହାରି ଜଣାନ୍ତି । ସାରା ଦୁନିଆରେ କେତେ ଅଲଗା ଅଲଗା ଲୋକ ଓ  ସେମାନଙ୍କର ଭାଷା ଅଲଗା ଅଲଗା ! ସେମାନେ ନିଜ ନିଜ ଭାଷାରେ ହିଁ ଜଗନ୍ନାଥଙ୍କୁ ଡାକନ୍ତି। ଏହି ପ୍ରସଙ୍ଗରେ ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କ ବିଭୂତିର ବର୍ଣ୍ଣନା କରି କହିଛନ୍ତି- ଶ୍ରୀଜଗନ୍ନାଥ ସମସ୍ତଙ୍କର ପାପମୁକ୍ତିର ଉପାୟ, ସମସ୍ତଙ୍କର ବିପଦର ନିବାରକ, ସମସ୍ତଙ୍କର ସଦ୍‌ଗୁଣର ପରିବର୍ଦ୍ଧକ ଏବଂ ସମସ୍ତ ଯୋଗୀଗଣଙ୍କର ଉପାସ୍ୟ। ନିଖିଳ ଜଗତର ଏହି ଧାତା ଓ ପାଳନକର୍ତ୍ତାଙ୍କର ଆଉ ଗୋଟିଏ ବିଭୂତି ହେଉଛି, ସେ ‘ଅଖିଳ ଭାଷାବିତ୍‌’। ଏହାର ତାତ୍ପର୍ଯ୍ୟ ହେଉଛି- ଶ୍ରୀକ୍ଷେତ୍ର ପୁରୀର ନୀଳାଚଳରେ, ଦାରୁମୟ ରୂପରେ ପ୍ରକଟିତ ହୋଇଥିବା ଏହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳପାଇଁ ଆବିର୍ଭୂତ ହୋଇଛନ୍ତି। ତେଣୁ, ସେ ସବୁ ଭାଷା ବୁଝି ପାରନ୍ତି। କାରଣ ‘ଅଖିଳ ଭାଷାବିତ୍‌’ ଭାବରେ ସେ ସବୁ ଭାଷାରେ ଅଭିଜ୍ଞ।

ଏଣୁ ଆମେ ଓଡ଼ିଆ ଭାଷାରେ ଡାକିଲେ ଶ୍ରୀଜଗନ୍ନାଥ ଯେପରି ଶୁଣନ୍ତି, ଅନ୍ୟ ଯେ କେହି ନିଜ ଭାଷାରେ ଡାକିଲେ ମଧ୍ୟ ସେ ଶୁଣିଥାଆନ୍ତି।

[Social Media Share Text/Image]