ସାମୁଦ୍ରିକ ବାତ୍ୟା ‘ଆମ୍ଫାନ୍‌’- ପୂର୍ବ ଉପକୂଳ ମୁହାଁ ହେଉଛି ବଙ୍ଗୋପସାଗରରେ ସୃଷ୍ଟ

Home Category राष्ट्रीय ସାମୁଦ୍ରିକ ବାତ୍ୟା ‘ଆମ୍ଫାନ୍‌’- ପୂର୍ବ ଉପକୂଳ ମୁହାଁ ହେଉଛି ବଙ୍ଗୋପସାଗରରେ ସୃଷ୍ଟ

୧୮ରୁ ୨୦ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା | ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ସନ୍ଧ୍ୟାରେ ଗଭୀର ଅବପାତର ରୂପ ନେଇଛି। ଏହାକ୍ରମେ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅର୍ଥାତ୍‌ ମେ ୧୬ ତାରଖ ସକାଳ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ‘ଆମ୍ଫାନ୍‌’ ନାମରେ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର।

ଏଥିସହ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାପରେ ଆମ୍ଫାନ୍‌ ମେ ୧୬ ତାରଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗତି କରିବ। ଏହା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରି ଶେଷରେ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁଦ୍ରିକ ଝଡ଼ଟି ଏହି ଦିଗରେ ଗତିଶୀଳ ହୋଇରହିବ ଏବଂ ୨୦ ତାରିଖରେ ସ୍ଥଳପଥକୁ ଅତିକ୍ରମ କରିବ। ତେବେ ଆମ୍ଫାନ୍‌ ନିର୍ଦ୍ଦିଷ୍ଟ ଭାବେ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ସେଥିନେଇ ଏବେଠାରୁ ପୂର୍ବାନୁମାନ କରିବା କଷ୍ଟସାଧ୍ୟ ବୋଲି କହିବା ସହ ଆମ୍ଫାନ ପ୍ରଭାବରେ ଓଡ଼ିଶା ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ପର୍ଯ୍ୟନ୍ତ ଦେଶର ସମଗ୍ର ପୂର୍ବ ଉପକୂଳ ପ୍ରଭାବିତ ହେବ ବୋଲି କହିଛି ଆଇଏମ୍‌ଡି।

[Social Media Share Text/Image]