ବିଶ୍ବବ୍ୟାପୀ ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ଟପିଲା

Home Category अंतरराष्ट्रीय ବିଶ୍ବବ୍ୟାପୀ ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ଟପିଲା

ଜେନେଭା: ଭୂତାଣୁ ‌ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି। ସମଗ୍ର ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୪୬ ହଜାରରେ ପହଞ୍ଚିଛି। ତେବେ ବିଶ୍ବ‌ରେ ଏବେ ୧୦ ପ୍ରଭାବିତ ରାଷ୍ଟ୍ର ମଧ୍ୟରେ ବ୍ରାଜିଲ୍‌ରେ ଲଗାତାର ସଂକ୍ରମଣ ବଢ଼ି ଚାଲିଛି। ବ୍ରାଜିଲ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ଟପିଛି। ବ୍ରାଜିଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୯୪୪ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୮୪୪ ଜଣଙ୍କ ମୃତ୍ୟୁ ହୋଇଛି। ଲଗାତାର ଦ୍ବିତୀୟ ଦିନ ଧରି ଏହା ସର୍ବାଧିକ ସଂକ୍ରମଣ ମାମଲା। ବ୍ରାଜିଲ୍‌ରେ ଏବେ ମୃତ୍ୟୁସଂଖ୍ୟା ୧୩ହଜାର ୯୯୩ରେ ପହଞ୍ଚିଛି। ଲାଟିନ୍‌ ଆମେରିକାରେ ବ୍ରାଜିଲ୍‌ ସବୁଠୁ ଅଧିକ ପ୍ରଭାବିତ। ବିଶ୍ବରେ ସଂକ୍ରମଣ ମାମଲାରେ ବ୍ରାଜିଲ୍‌ ଷଷ୍ଠ ସ୍ଥାନରେ ଥିବାବେଳେ ବ୍ରାଜିଲ୍‌ ପଛକୁ ଫ୍ରାନ୍ସ ରହିଛି। ଫ୍ରାନ୍ସରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୮ ହଜାର ୮୭୦ ରହିଛି। ତେବେ ମୃତ୍ୟୁସଂଖ୍ୟାରେ ଫ୍ରାନ୍ସ ‌ସ୍ପେନ୍‌କୁ ଟପିଯାଇଛି। ଫ୍ରାନ୍ସରେ ମୋଟ୍‌ ୨୭ ହଜାର ୪୨୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ସ୍ପେନ୍‌ରେ ୨୭ ହଜାର ୩୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା କ୍ଷେତ୍ରରେ ଫ୍ରାନ୍ସ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି।

 

ସର୍ବାଧିକ ପ୍ରଭାବିତ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୭ ହଜାର ୩୬୭ ନୂଆ ମାମଲା ଠାବ ହୋଇଛି ଏବଂ ୧୭୭୯ ଜଣଙ୍କ ମୃତ୍ୟୁ ହୋଇଛି।

[Social Media Share Text/Image]