ଲକ୍‌ଡାଉନ୍‌ କଟକଣାରୁ ୮୪% ଭାରତୀୟଙ୍କ ଆୟ ଖସିଛି

Home Category राष्ट्रीय ଲକ୍‌ଡାଉନ୍‌ କଟକଣାରୁ ୮୪% ଭାରତୀୟଙ୍କ ଆୟ ଖସିଛି

”ନିଜ ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ” ଭଳି ବିଶ୍ୱର ସର୍ବାଧିକ କଠୋର କଟକଣା ଲାଗୁ ହେବାରୁ ଭାରତର ପ୍ରାୟ ୮୪% ଘରର ଆର୍ଥିକ ସ୍ଥିତି ଅସୁରକ୍ଷିତ ହୋଇପଡିଛି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଅନେକଙ୍କର ଆୟ ଏଭଳି ପ୍ରଭାବିତ ହୋଇଛି ଯେ ସେମାନେ କୌଣସି ସହାୟତା ନ ପାଇଲେ ପେଟକୁ ଦାନା ମୁଠେ ବି ଯୋଗାଡ଼ କରିପାରିବେ ନାହିଁ। ସାମାଜିକ କ୍ଷେତ୍ର ଉପରେ କାର୍ଯ୍ୟ କରୁଥିବା ଚିକାଗୋର ଏକ କେନ୍ଦ୍ର, ଏପ୍ରିଲ୍‌ ମାସରେ ଭାରତରେ ୨୭ଟି ରାଜ୍ୟର ୫,୮୦୦ଟି ଘରର ସର୍ବେକ୍ଷଣ କରି ଏଭଳି ତଥ୍ୟ ପାଇଛି। ଗବେଷକମାନେ ପାଇଛନ୍ତି ଯେ ଭାରତର ଗ୍ରାମାଞ୍ଚଳ ହିଁ ଏହି କଠୋର ଲକ୍‌ଡାଉନ୍‌ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଛି ଏବଂ କରୋନାଭୂତାଣୁ ବ୍ୟାପିବା ଦ୍ୱାରା ଆର୍ଥନୀତିକ ଦୁର୍ଗତି ଆସି ନାହିଁ। ଲକ୍‌ଡାଉନ୍‌ ପୂର୍ବରୁ ମୁଣ୍ଡପିଛା ଆୟ, ଲକ୍‌ଡାଉନ୍‌ ପରେ ଗୁରୁତର ହ୍ରାସ ପାଇଛି। ୧୦ କୋଟି ଭାରତୀୟ ସେମାନଙ୍କ କାମଧନ୍ଦା ବା ଚାକିରି ହରାଇଛନ୍ତି।

ଭୂତାଣୁ ବ୍ୟାପିବା ଆଶଙ୍କାରେ ସରକାର ଅନେକ ସାମଗ୍ରୀର ଉତ୍ପାଦନ ଓ ଯୋଗାଣକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଗୁରୁବାର ସରକାର କୃଷକ ଓ ଶ୍ରମିକଙ୍କୁ ଶସ୍ତା ଋଣ ଓ ମାଗଣା ଖାଦ୍ୟ ଦେଇ ବିଶାଳ ଅନୌପଚାରିକ କ୍ଷେତ୍ରର କଷ୍ଟକୁ କମ୍‌ କରିବାକୁ ଚେଷ୍ଟା କରିଛନ୍ତି। କରୋନା ମହାମାରୀ ସଙ୍କଟ ଯୋଗୁଁ ୧୩୦ କୋଟି ଦେଶବାସୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ତ୍ରିପୁରା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓ ହରିୟାଣା।

[Social Media Share Text/Image]