ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯୪୦, ଆରୋଗ୍ୟ ସଂଖ୍ୟା ୩୦୧୫୨

Home Category राष्ट्रीय ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯୪୦, ଆରୋଗ୍ୟ ସଂଖ୍ୟା ୩୦୧୫୨

ମେ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୫୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୦୧୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୭୫୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୩୦୭), ଅରୁଣାଚଳ ପ୍ରଦେଶ (୧), ଆସାମ (୯୦), ବିହାର (୧୦୧୮), ଚଣ୍ଡିଗଡ଼ (୧୯୧), ଛତିଶଗଡ଼ (୬୬), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୮୮୯୫), ଗୋଆ (୧୫), ଗୁଜରାଟ (୯୯୩୧), ହରିୟାଣା (୮୧୮), ହିମାଚଳ ପ୍ରଦେଶ (୭୬), ଜମ୍ମୁ ଓ କଶ୍ମୀର (୧୦୧୩), ଝାଡ଼ଖଣ୍ଡ (୨୦୩) କର୍ଣ୍ଣାଟକ (୧୦୫୬), କେରଳ (୫୭୬), ଲଦାଖ (୪୩), ମଧ୍ୟପ୍ରଦେଶ (୪୫୯୫), ମହାରାଷ୍ଟ୍ର (୨୯୧୦୦), ମଣିପୁର (୩), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୬୭୨), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୩୫), ରାଜସ୍ଥାନ (୪୭୨୭), ତାମିଲନାଡୁ (୧୦୧୦୮), ତେଲେଙ୍ଗାନା (୧୪୫୪), ତ୍ରିପୁରା (୧୫୬), ଉତ୍ତରାଖଣ୍ଡ (୮୨), ଉତ୍ତରପ୍ରଦେଶ (୪୦୫୭) ଓ ପଶ୍ଚିମବଙ୍ଗ (୨୪୬୧) ।

[Social Media Share Text/Image]