ओडिशा के गौरव " संगीत गुरु आचार्य अभिमन्यु" पुरस्कृत हुए

Home Category राष्ट्रीय ओडिशा के गौरव " संगीत गुरु आचार्य अभिमन्यु" पुरस्कृत हुए

ଓଡ଼ିଆର ଗର୍ଵ ଗୌରବ : ସଂଗୀତଗୁରୁ ଆଚାର୍ଯ୍ୟ ଅଭିମନ୍ୟୁ ସଙ୍ଗୀତକୁ ନିଜ ଜୀବନର ଅଙ୍ଗ ଭାବେ ସଜେଇ ଜୀବନର ମୂଲ୍ୟ ବୋଧକୁ ସଙ୍ଗୀତ ମାଧ୍ୟମରେ ସମାଜକୁ ଏକ ନୂଆ ଅନୁଭବ ଦେଇ ସୁନ୍ଦର ସଫଳ ପ୍ରୟାସରେ କାର୍ଯ୍ୟରତ ଥିବା ଜଣେ ମହାନ ଅନୁଭବି ସଙ୍ଗୀତ ଗୁରୁ ଆଚାର୍ଯ୍ୟ ଅଭିମନ୍ୟୁଙ୍କ ପାରଦର୍ଶିତା ଏବଂ ଦକ୍ଷତାରେ ସମାଜକୁ ଗଢିବା ଦିଗରେ ତାଙ୍କ ସଙ୍ଗୀତ ସଂସ୍ଥା "ସ୍ୱର ସମର୍ପଣ'ର ଅବଦାନ ବେଶ ଉଲ୍ଲେଖନୀୟ ।

ସେଭଳି ଜଣେ ପ୍ରତିଭାବାନ ଗୁରୁଙ୍କୁ ସାମାଜିକ ଅନୁଷ୍ଠାନ 'ଭାରତ ବିକାଶ ପରିଷଦ' ନୂଆଦିଲ୍ଲୀର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦେଶର ସର୍ବୋଚ୍ଚ ମହାନ ବ୍ୟକ୍ତି ସମ୍ମାନୀୟ ରାଷ୍ଟ୍ରପତି ମାନନୀୟ ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ଠାରୁ ଶ୍ରେଷ୍ଠ ପୁରସ୍କାର ଗ୍ରହଣ କରିବାର ସୌଭାଗ ପାଇଛନ୍ତି । ଆମ ଅନୁଷ୍ଠାନ ତାଙ୍କ ଶୁଭେଚ୍ଛା ଜଣାଇବା ସଂଗେ ସଙ୍ଗେ ତାଙ୍କର ସମାଜ ପାଇଁ ସଙ୍ଗୀତକୁ ନେଇ ସୁନ୍ଦର ଚିନ୍ତାଧାରାରେ ଗଢିପାରିବାର ମହାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛୁ |
[Social Media Share Text/Image]